ଶହୀଦ ଲକ୍ଷ୍ମଣ ନାୟକଂକ ଅନ୍ତିମ ଇଚ୍ଛା

“ସୁର୍ଯ୍ୟ ଯଦି ସତ୍ୟ ହୋଇଥାଏ, ଚନ୍ଦ୍ର ଯଦି ସତ୍ୟ ହୋଇଥାଏ, ତେବେ ଭାରତ ମାତା ନିଶ୍ଚୟ ଦିନେ ସ୍ଵାଧୀନ ହେବ l ଏକଥା ଚିର ସତ୍ୟ l” ଫାଶୀ ଖୁଂଟରେ ଝୁଲିବା ପୁର୍ବରୁ ନିଜର ଅନ୍ତିମ ଇଚ୍ଛା ପ୍ରକାଶ କରିବାକୁ ଯାଇ ଏହି କଥା ପଦକ ତାଂକ ପାଟିରୁ ବାହାରି ଆସିଥିଲା l ସେ ଥିଲେ ଭାରତ ମାତାର ସୁଯୋଗ୍ୟ ସନ୍ତାନ କୋରାପୁଟ ଜିଲ୍ଲାର ବଣ ପାହାଡ ଘେରା ଏକ ଅଖ୍ୟାତ ଗ୍ରାମ ତେଂତୁଲିଗୁମାର ଲକ୍ଷ୍ମଣ ନାୟକ l ସରଳ ଗାଉଁଲୀ ଆଦିବାସୀ ମଣିଷଟିଏ ଯାହାର ନାଁ ଭାରତ ଇତିହାସର ସ୍ଵର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ଯାଇଛି l ୧୯୩୪ ମସିହା ମାର୍ଚ୍ଚ ୧ ତାରିଖରେ ବ୍ରହ୍ମପୁର ଜେଲରେ ଫାଶୀ ପାଇଥିଲେ ଏହି ମହାନ ଓଡିଆ ଯୁବକ ଲକ୍ଷ୍ମଣ ନାୟକ l ଅନ୍ୟାୟ ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିବା ଥିଲା ତାଂକର ଜନ୍ମଗତ ଅଭ୍ୟାସ l କୋରାପୁଟ ଅଂଚଳର ଆଦିବାସୀ ମାନଂକୁ ଅନ୍ୟାୟ ବିରୁଦ୍ଧରେ ସେ ଏକତ୍ରିତ କରିଥିଲେ l ଗାନ୍ଧିଜୀଂକ ଅହିଂସା ନୀତି ବିଷୟରେ ଶୁଣି ଶୁଣି ସେ ଖୁବ୍ ପ୍ରଭାବିତ ହୋଇଥିଲେ l ବେଶୀ ପାଠ ପଢି ନଥିଲେ ସୁଧା ତାଂକର ପ୍ରଖର ବୁଦ୍ଧିମତ୍ତା ଯୋଗୁଁ ସେ ସମସ୍ତଂକର ପ୍ରିୟ ଭାଜନ ହୋଇ ପାରିଥିଲେ l ସମାଜରେ ବେଠି ଆଉ ଶୋଷଣ ବିରୁଦ୍ଧରେ ପ୍ରତିବାଦ କରି ସେ ତାଂକର ବୀରତ୍ବ ଆଉ ସାହାସକୁ ପ୍ରତିପାଦନ କରି ଯାଇଛନ୍ତି l

Advertisements

Write your opnion

Please log in using one of these methods to post your comment:

WordPress.com Logo

You are commenting using your WordPress.com account. Log Out / Change )

Twitter picture

You are commenting using your Twitter account. Log Out / Change )

Facebook photo

You are commenting using your Facebook account. Log Out / Change )

Google+ photo

You are commenting using your Google+ account. Log Out / Change )

Connecting to %s