ଭାରତୀୟ ମହିଳା ଶକୁନ୍ତଳା ଦେବୀ “ମାନବ କମ୍ପ୍ୟୁଟର” ନାମରେ ଖ୍ୟାତ

shakuntala-deviଅଂକ କଷିବାରେ ସେ ଶକ୍ତିଶାଳୀ କମ୍ପ୍ୟୁଟରକୁ ମଧ୍ୟ ପଛରେ ପକାଇ ଦେଉଥିଲେ l ତାଂକ ଗାଣିତିକ ଦକ୍ଷତାର ପରିଚୟ ମାତ୍ର ୬ ବର୍ଷ ବୟସରୁ ଜଣା ପଡିଥିଲା l ବିସ୍ମୟର କଥା, ସେ କୌଣସି ସ୍କୁଲ ଓ କଲେଜ ଶିକ୍ଷା ଗ୍ରହଣ ନକରି ଜଣେ ବିଶିଷ୍ଟ ଗଣିତଜ୍ଞ ହୋଇ ପାରିଥିଲେ l ୫ ବର୍ଷ ବୟସ ବେଳକୁ ସେ ମିଶାଣ, ଫେଡାଣ, ଗୁଣନ, ହରଣ, ବର୍ଗ, ବର୍ଗମୂଳ, ଘନ, ଘନମୂଳ, ଲଗାରିଦମ ଓ ବୈଦିକ ଗଣିତ ଆଦି ନିର୍ଭୁଲ ଭାବେ ସମାଧାନ କରି ପାରୁଥିଲେ l ଏହା ଛଡା ପିଲା ଦିନରୁ ସେ ତାଂକ ଅଜାଂକ ଠାରୁ ଜୋତିଷ ବିଦ୍ୟା ଶିକ୍ଷା ଲାଭ କରିବା ସହ ଏହି ବିଦ୍ୟାରେ ପାରଦର୍ଶିତା ପ୍ରତିପାଦନ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ପୃଥିବୀ ବିଖ୍ୟାତ ହୋଇ ପାରିଥିଲେ l ମାତ୍ର ଆଠ ବର୍ଷ ବୟସରୁ ପିତାଂକର ଅସୁସ୍ଥତା ଯୋଗୁଁ ପରିବାରର ଭାର ତାଂକ ଉପରକୁ ମାଡି ଆସିଥିଲା l ପେଟ ଚାଖଣ୍ଡକ ପାଇଁ ପିତାଂକର ସେଇ ଚିରା ଚରିତ ମ୍ୟାଜିକ୍ ବେଉସାକୁ ଆଦରି ନେଇ ଥିଲେ l ମାତ୍ର ୧୪ ବର୍ଷ ବୟସରେ ମ୍ୟାଜିକ୍ ପ୍ରଦର୍ଶନ ନିମନ୍ତେ ବିଦେଶ ଯାତ୍ରାର ସୁଯୋଗ ତାଂକୁ ମିଳିବା ସହିତ ତାଂକର ଯଥେଷ୍ଟ ଲୋକପ୍ରିୟତା ବୃଦ୍ଧି ପାଇଥିଲା l ୧୯୮୦ ମସିହା ଜୁନ ମାସ ୧୮ ତାରିଖରେ ଲଣ୍ଡନର ଇମ୍ପେରିଆଲ କଲେଜର ସଭା ଗୃହରେ ଦୁଇ ଗୋଟି ତେର ଅଂକ ବିଶିଷ୍ଟ ସଂଖ୍ୟାର ଗୁଣନ ମାତ୍ର ୨୮ ସେକେଣ୍ଡରେ ସମାଧାନ କରି “ମାନବ କମ୍ପ୍ୟୁଟର” ନାମରେ ବିଶ୍ବ ବିଖ୍ୟାତ ହୋଇ ପାରିଥଲେ l ଶକୁନ୍ତଳା ଦେବୀ ଭାରତ ସମେତ ବିଭିନ୍ନ ଦେଶର ବିଶ୍ବ ବିଦ୍ୟାଳୟରେ ନିଜ ପ୍ରତିଭାର ପ୍ରଦର୍ଶନ କରିଥିଲେ l ୧୯୬୯ ମସିହାରେ ଫିଲିପାଇନ୍ସ ବିଶ୍ବ ବିଦ୍ୟାଳୟରୁ ସର୍ବ ଶ୍ରେଷ୍ଠ ମହିଳା ପୁରଷ୍କାର ସହ ସ୍ଵର୍ଣ୍ଣ ପଦକ ଲାଭ କରିଥିଲେ l ୧୯୮୨ରେ ଗିନିଜ୍ ବିଶ୍ବ ରେକର୍ଡ଼ ଏବଂ ୧୯୮୮ ରେ ଆମେରିକାରେ ପୁରଷ୍କୃତ ହୋଇଥିଲେ l ଏହାଛଡା ବିଶ୍ବ ବ୍ୟାଂକ ଏବଂ ରାଷ୍ଟ୍ର ସଂଘ ତରଫରୁ ନିଜର ଅସାଧାରଣ ପ୍ରତିଭା ପାଇଁ ଉଚ୍ଚ ପ୍ରଶଂସିତ ମଧ୍ୟ ହୋଇଥିଲେ l

Advertisements

Write your opnion

Please log in using one of these methods to post your comment:

WordPress.com Logo

You are commenting using your WordPress.com account. Log Out / Change )

Twitter picture

You are commenting using your Twitter account. Log Out / Change )

Facebook photo

You are commenting using your Facebook account. Log Out / Change )

Google+ photo

You are commenting using your Google+ account. Log Out / Change )

Connecting to %s